ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ଓଡ଼ିଶାକୁ ୩ ପଦକ

ବ୍ରହ୍ମପୁର: ଖେଲୋ ଇଣ୍ଡିଆ ରାଙ୍କିଙ୍ଗ୍ ପ୍ରତିଯୋଗିତାରେ ଓଡ଼ିଶାକୁ ସ୍ବର୍ଣ୍ଣିମ ସଫଳତା। ୩ ଓଡ଼ିଆ ଭାରୋତ୍ତୋଳକ ହାସଲ କରିଛନ୍ତି ୨ ସ୍ବର୍ଣ୍ଣ ଓ ଗୋଟିଏ ରୈ।ପ୍ୟ ପଦକ। ବିହାର ରାଜ୍ୟର ରାଜଧାନୀ ପାଟଣା ଠାରେ ଏହି ଜାତୀୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବତୀ। ଆଜି ୪୯ କିଲୋ ଓଜନର ୟୁଥ୍ କ୍ୟାଟେଗୋରୀରେ ମୀନା ସାନ୍ତା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ସ୍ନାଚ୍ ୫୯ କେଜି, କ୍ଲିନ୍ ଆଣ୍ଡ୍ ଜର୍କରେ ୭୨ କେଜି ତଥା ମୋଟରେ ୧୩୧ କେଜି ଭାର ଉତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି। ୪୫ କିଲୋ ଓଜନର ୟୁଥ୍ କ୍ୟାଟେଗୋରୀରେ ମୀନା ସିଂ ମୋଟ ୧୨୯ ଭାରୋତ୍ତୋଳନ କରି ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪୦ କିଲୋ ଓଜନର ୟୁଥ୍ କ୍ୟାଟେଗୋରୀରେ ୧୧୦ କେଜି ଭାର ଉତ୍ତୋଳନ କରି ପ୍ରୀତିସ୍ମିତା ଭୋଇ ସିଲଭର୍ ମେଡାଲ୍ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅପରପକ୍ଷରେ ୪୯ କିଲୋ ଓଜନର ଜୁନିଅର୍ କ୍ୟାଟେଗୋରୀରେ ସନ୍ଧ୍ୟା ରାଣୀ ନାୟକ ୪ର୍ଥ, ରିଙ୍କି ନାୟକ ୫ମ ସ୍ଥାନ ପ୍ରାପ୍ତ କରିଛନ୍ତି। ଏମାନେ ରାଜ୍ୟ ସରକାରଙ୍କ ହାଇ ପର୍ଫମାନ୍ସ ସେଣ୍ଟରରେ ତାଲିମ ଗ୍ରହଣ କରି ଏଭଳି ସଫଳତା ଅର୍ଜନ କରିପାରିଛନ୍ତି।

Comments are closed.