ଜିଏସଟି ଫାଙ୍କିବା ଅଭିଯୋଗ, ସୋନପୁର ଚନ୍ଦ୍ରିକା ଜ୍ୱେଲର୍ସରେ ଚଢଉ

ସୁବର୍ଣ୍ଣପୁର: ଜିଏସଟି ଫାଙ୍କିବା ଅଭିଯୋଗରେ ସୋନପୁର ସହରର ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଚନ୍ଦ୍ରିକା ଜ୍ୱେଲର୍ସରେ ଓ ମାଲିକଙ୍କ ଘରେ ବଲାଙ୍ଗୀର ସିଟି-ଜିଏସଟି ବିଭାଗ ପକ୍ଷରୁ ୬ ଜଣିଆ ଟିମ ଏକକାଳୀନ ଚଢଉ କରିଛି ।

ବଲାଙ୍ଗୀର ସିଟି-ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଏସଟି ଅଧିକାରୀ ରାଜେନ୍ଦ୍ର ନାଏକ, ସହକାରୀ ଅଧିକାରୀ ଶରତ ସେଠ, ସରୋଜ ବେରିହା, ଜିତେନ୍ଦ୍ରୀୟ ବାଗ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରୁଛନ୍ତି । ସୋନପୁର ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.