ବିଜୁ ଜୟନ୍ତୀରେ ସର୍ବସାଧାରଣଙ୍କ ପାଇଁ ଅନାବରଣ ହେବ ଡାକୋଟା ବିମାନ

ଭୁବନେଶ୍ବର – ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନର ଯୋଡାଯୋଡି କାମ ଚାଲିଛି । ବିମାନବନ୍ଦରର ଟର୍ମିନାଲ -୧ରେ ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ସର୍ବସାଧାରଣଙ୍କ ପାଇଁ ଡାକୋଟା ବିମାନ ପ୍ରଦର୍ଶନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଦିନ ଡାକୋଟାର ଅନାବରଣ କରିବେ । ମାର୍ଚ୍ଚ ୩ ତାରିଖ ସୁଦ୍ଧା ଡାକୋଟାର ଯୋଡ଼ାଯୋଡି କାମ ଶେଷ ହେବ ।

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ ।

Comments are closed.