ପାୱାର୍ ଚ୍ୟାନେଲକୁ ଡେଇଁ ଭିସୁଟ ଛାତ୍ରୀ ନିଖୋଜ, ପୁରୁଷ ବନ୍ଧୁ ଥାନାରେ ଅଟକ 

ସମ୍ବଲପୁର: ଗତକାଲି ରାତିରେ ବୁର୍ଲା ଜାତୀୟ ରାଜପଥର ପିସି ବ୍ରିଜରୁ ଡେଇଁ ଭିସୁଟର ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ବିଳମ୍ବିତ ରାତି ଯାଏ ତାଙ୍କୁ ଖୋଜାଯାଇଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ। ସେପଟେ ଏହି ଘଟଣାରେ ପୁଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଭିସୁଟ ବିଟେକ ଆଇଟି ବିଭାଗ ଶେଷବର୍ଷର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ଗତକାଲି ରାତି ପ୍ରାୟ ସାଢେ ୯ଟାରେ ପାୱାର୍ ଚ୍ୟାନେଲକୁ ଡେଇଁ ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ରୋହିଣୀ ହଷ୍ଟେଲରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ପୁରୁଷ ବନ୍ଧୁ ସହ କ୍ୟାମ୍ପସରୁ ବାହାରିଥିଲେ। ହେଲେ କୌଣସି କାରଣରୁ ସେ ପୋଲ ତଳକୁ ଡେଇଁ ପଡିଥିବା ବେଳେ ପୁରୁଷ ବନ୍ଧୁ ଜଣକ ପୋଲ ଉପରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତେବେ, ବିଳମ୍ବିତ ରାତି ଯାଏ ପୁଲିସ ଏବଂ ଅଗ୍ନିଶମ ଖୋଜାଖୋଜି କରିଥିଲେ ମଧ୍ଯ କୌଣସି ପତ୍ତା ମିଳିନାହିଁ। ସେପଟେ ପୁରୁଷ ବନ୍ଧୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.