ଆଜି ତିନି ଉତ୍ତର -ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି

ନ୍ୟୁଜରୁମ ଓଡ଼ିଶା ଡେସ୍କ – ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଆଜି ଗଣତି । ୪ଟି ରାଜ୍ୟର ୫ଟି ବିଧାନସଭା ଆସନରେ ହୋଇଥିବ ଉପନିର୍ବାଚନର ଫଳାଫଳ ମଧ୍ୟ ଆଜି ଆସିବ । ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଆରମ୍ଭ ହୋଇଯାଇଛି । ବିଭିନ୍ନ ଏକଜିଟ୍ ପୋଲର ପୂର୍ବାନୁମାନ ଅନୁସାରେ ତ୍ରିପୁରାରେ ବିଜେପି ମେଣ୍ଟ କ୍ଷମତା ବଜାୟ ରଖିପାରେ । ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟର ବିଜୟ ଓ ମେଘାଳୟରେ ଝୁଲା ବିଧାନସଭା ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ନାଗାଲାଣ୍ଡ ଓ ମେଘାଳୟର ୫୯ଟି ଲେଖାଏଁ ଏବଂ ତ୍ରିପୁରାର ୬୦ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା ।

ଅପରାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି । ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରି ୨୭ରେ ଭୋଟ୍‌ ଗ୍ରହଣ ହୋଇଥିଲା।

ତିନିଟି ଯାକ ବିଧାନସଭାରେ ୬୦ ଲେଖାଏଁ ଆସନ ରହିଛି। ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ମତଦାନ ହାର ପ୍ରାୟ ୯୦ ପ୍ରତିଶତଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମମେଣ୍ଟ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା । ବିଜେପି ଏଥର ୫୫ ଆସନରେ ଓ ବାମମେଣ୍ଟ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା ।

Comments are closed.