ଆଜି ଡାକୋଟାର ଲୋକାର୍ପଣ

ଭୁବନେଶ୍ବର – ଆଜି ଲୋକାର୍ପିତ ହେବ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ । ବିମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ-୧ ସାମ୍ନାରେ ଏହାକୁ ରଖାଯାଇଛି । ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଏହାକୁ ଡିସପ୍ଲେ କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟା ଲୋକାର୍ପଣ କରିବେ । ଏହି ଡାକୋଟା ବିମାନଟି ସାଧାରଣ ଜନତାଙ୍କ ପାଇଁ ଲୋକାର୍ପିତ କରିବେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ବର ଗାଥାକୁ ବର୍ଣ୍ଣନା କରିଥାଏ । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ବିଜୁ ବାବୁ ଉଦ୍ଧାର କରିଥିଲେ । ଏହା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିଥିଲେ ।

Comments are closed.