୧୦୭ ତମ ବିଜୁ ଜୟନ୍ତୀ: ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ ଓଡ଼ିଶା ପାଇଁ ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର – ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । କୃତଜ୍ଞ ରାଜ୍ୟ ସ୍ମରଣ କରୁଛି ନବ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର ପ୍ରତୀକ ହେଉଛନ୍ତି ବିଜୁ ବାବୁ।

ବିଜୁ ଜୟନ୍ତୀରେ ଆଜି ରାଜ୍ୟସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତୀ ପାଇଁ ବିଭିନ୍ନ ସଭାସମିତି, ସ୍ମୃତି ସଭା କରାଯାଉଛି । ବିଜୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ନବୀନ ଓଡ଼ିଶା ଗଠନର ପଡ଼ିବ ମୂଳଦୁଆ । ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଆଜି ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ୧୪୭ ନିର୍ବାଚନୀ ମଣ୍ଡଳୀରେ ଏହି ସଂକଳ୍ପ ସମାବେଶ କରାଯାଇ ଦଳୀୟ ବିଜେଡି ନେତା ଓ କର୍ମୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନବୀନ ଓଡ଼ିଶା ଗଢ଼ିବାର ମୂଳ ଲକ୍ଷ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Comments are closed.