ଲାଞ୍ଚୁଆ କ୍ୟାସିୟରଙ୍କୁ ଧରିଲା ଭିଜିଲାନ୍ସ 

ବାଲେଶ୍ବର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର । କ୍ୟାସିୟର ପ୍ରଦୀପ୍ତ ରାଉତ ଜଣେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଥିଲେ। ଜଳେଶ୍ବରର ଲୋକନାଥ ଜେନା ନାମକ ଜଣେ ଠିକଦା‌ରଙ୍କ ଠାରୁ ପ୍ରଦୀପ୍ତ ଲାଞ୍ଚ ନେଉଥିଲେ। ବାଲେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ କ୍ୟାସିୟରଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ା‌ଉ କରିଛନ୍ତି ।

Comments are closed.