ଭଞ୍ଜନଗର: ମାଈ ହାତୀର ମୃତ୍ୟୁ, ଅଢେଇ ମାସରେ ୪ ମଲେଣି

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ତିଲିକି ସଂରକ୍ଷିତ ଜଙ୍ଗଲରେ ଏହି ମାଈ ହାତୀର ମୃତ ଦେହ ମିଳିଛି। ହାତୀର କେବେ ଓ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନି। ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ସୁଦର୍ଶନ ବେହେରା। ଏହା ହେଉଛି ଚଳିତ ବର୍ଷର ଅଢେଇ ମାସରେ ଉତ୍ତର ଘୁମୁସର ବନଖଣ୍ଡ ଚତୁର୍ଥ ହାତୀ ମୃତ୍ୟୁ। ସୋମବାର ମୁଜାଗଡ ବନାଞ୍ଚଳର ବିଞ୍ଝଗିରି ସଂରକ୍ଷିତ ଜଙ୍ଗଲରେ ଏକ ଅଳ୍ପବୟସ୍କ ହାତୀର ମରଶରୀର ଠାବ କରାଯାଇଥିଲା।‌

Comments are closed.