ରାଜଧାନୀରେ ଆନ୍ଦୋଳନରୁ ଓହରି ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ

ଭୁବନେଶ୍ବର – ରାଜଧାନୀରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନରୁ ଓହରି ଯାଇଛି । ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଅନଲାଇନ ଅଟୋ ଚାଳକ ସଂଘ । ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଘ ସଭାପତି ଦୀନବନ୍ଧୁ ନାୟକ ସୂଚନା ଦେଇଛନ୍ତି। ଯେଉଁଠି ଯେଉଁଠି ଗତକାଲି ଅଟୋ ଚାଳକମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା, ସଂପୃକ୍ତ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଛି।

ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସମୟରେ ସାମିଲ ହୋଇ ନ ଥିବା ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଚ୍‌ ରାସ୍ତାରେ ଘୋର ଅପମାନିତ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ରାଜରାସ୍ତାରେ ସେମାନଙ୍କ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ସେମାନଙ୍କ ବେକରେ ଫୁଲମାଳ ପକାଇ ହାତରେ ଏକ ପ୍ଲାକାର୍ଡ ଧରା ଯାଇଥିଲା। ଉକ୍ତ ପ୍ଲାକାର୍ଡରେ ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ବୋଲି ଲେଖା ଥିଲା। ଏପରିକି ତାହାର ଫଟୋ ବି ଉଠାଯାଇଥିଲା। ଏହାର ପ୍ରତିବାଦରେ ଆଜିଠୁ ଆନ୍ଦୋଳନ କରିବେ ବୋଲି ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ କହିଥିଲା ।

Comments are closed.