ବ୍ରହ୍ମପୁରରେ ପୋଲିସ ଉପରକୁ ଆନ୍ଦୋଳନରତ ଡ଼୍ରାଇଭରଙ୍କ ଟେକାପଥର ମାଡ଼ ଅଭିଯୋଗ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ବେଳେ ଅଶାନ୍ତି ସୃଷ୍ଟି ହୋଇଛି। ପୋଲିସ ଓ ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ଗାଡ଼ି ଅଟକାଇବା ବେଳେ ବାଧା ଦେବାରୁ ପୋଲିସ ଉପରେ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ପକ୍ଷରୁ ଟେକା ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପଥର ମାଡ଼ରେ ଗୋପାଳପୁରର ୨ ଏଏସ ଆଇ ଓ ଗୋଳନ୍ଥରା ଆଇଆଇସି ଗୁରୁତର ଆହତ ହୋଇଛନ୍ତି।

ବୈଦ୍ୟନାଥପୁର ଥାନା କନେଷ୍ଟବଳ ବି ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଚାରି ପୋଲିସ କର୍ମଚାରୀ ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସଦର ଏସଡିପିଓଙ୍କୁ ବି ଡ୍ରାଇଭର ସଂଘର ସଦସ୍ୟମାନେ ମାଡ ମାରିଥିବା ଅଭିଯୋଗ ହୋଇଛି।

Comments are closed.