ସାକାର ହେବ ସ୍ବପ୍ନ, 3 ମାସ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ସେଚ ପ୍ରକଳ୍ପ

ବରଗଡ : ସାକାର ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ। ସବୁଜିମାରେ ଭରପୁର ହେବ ଟାଙ୍ଗରା ଭୂଇଁ। ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବରଗଡ ଓ ସୁବର୍ଣପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଗଙ୍ଗାଧର ସେଚ ପ୍ରକଳ୍ପ। ଧାର୍ଯ୍ୟ ସମୟର 3 ମାସ ପୂର୍ବରୁ ଏହି ପ୍ରକଳ୍ପ ଏବେ ସାକାର ରୂପ ନେବାକୁ ଯାଉଛି। ବରଗଡ ଜିଲ୍ଲାର 3 ବ୍ଲକ ସମେତ ସୁବର୍ଣପୁର ଜିଲ୍ଲାର ଗୋଟିଏ ବ୍ଲକକୁ ଜଳସେଚିତ କରିବାକୁ ଯାଉଥିବା ଏହି ବୃହତ ପ୍ରକଳ୍ପର ନିର୍ମ।ଣ ଏବେ ଚୂଡାନ୍ତ ପର୍ଯ୍ୟ।ୟରେ ପହଞ୍ଚିବା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ। ଚମକିବ ଭାତହାଣ୍ଡି। ପଶ୍ଚିମ ଓଡିଶାର ଭାତହାଣ୍ଡି କୁହାଯାଉଥିବା ହୀରାକୁଦ ସେଚାଞ୍ଚଳର ଅଞ୍ଚଳ ଅଧିକ ପରିବ୍ୟାପ୍ତ ହେବ। ଗତ 2017 ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି। 2019 ଫେବ୍ରୁଆରୀ 21 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ। 2090 କୋଟି ବ୍ୟୟରେ ନିର୍ମ।ଣ ହେଉଥିବା ଏହି ବୃହତ ପ୍ରକଳ୍ପର କାମ ଆସନ୍ତା ସେପଟେମ୍ବର ମାସ ସୁଦ୍ଧା ସାରିବାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ସମୟର 3 ମାସ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିପାଇଁ ନିର୍ମ।ଣ ଶେଷ ପର୍ଯ୍ୟ।ୟରେ ପହଞ୍ଚିଛି।

ବରଗଡ ମୁଖ୍ୟ କେନାଲରୁ ଅତ୍ୟାଧୁନିକ ଭୂତଳ ପାଇପ ବିଛା ଯାଇଥିବା ବେଳେ ପ୍ରତି ପାଇପ ବ୍ୟାସାର୍ଦ୍ଧ 11 ଫୁଟ ରହିଛି। ଏଥିପାଇଁ 3ଟି ପମ୍ପ ଷ୍ଟେସନ ରହିଥିବା ବେଳେ ଏଥିରୁ ବରପାଲି, ବିଜେପୁର ଏବଂ ସୋହେଲା ସମେତ ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କିଛି ଅଞ୍ଚଳ ଜଳସେଚିତ ହେବାକୁ ଯାଉଛି। ଏହି 2 ଜିଲ୍ଲାର 4 ବ୍ଲକର 25 ହଜାର 6 ଶହ ହେକ୍ଟର ଜମି ଖରିଫରେ ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚିତ ହେବାକୁ ଯାଉଥିବା ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହାଦ୍ବାରା 40 ହଜାର ଚାଷୀ ଉପକୃତ ହେବାକୁ ଯାଉଥିବା ଳେ ପ୍ରଥମ ପର୍ଯ୍ୟ।ୟରେ 129ଟି ଗାଁର ଚାଷୀ ସୁଫଳ ପାଇବେ ବୋଲି ଇଂ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପକୁ ନେଇ ବିରୋଧୀ ବାରମ୍ବାର ଶାସକ ଦଳକୁ ଟାର୍ଗଟେ କରି ଆସିଛନ୍ତି। ହେଲେ ଏବେ ଏହା ସଫଳ ରୂପ ନେବାକୁ ଯାଉଥିବାରୁ ବିରୋଧୀ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବା ଏକପ୍ରକାର ଥୟ ବୋଲି କୁହାଯାଉଛି। ବରଗଡ ଜିଲ୍ଲାର ସୋହେଲା ଏବଂ ବିଜେପୁର ବ୍ଲକ ଚିର ମରୁଡିଗ୍ରସ୍ତ ଅଞ୍ଚଳ ଭାବେ ଅପଖ୍ୟାତି ପାଇ ଆସିଥିଲା। ଏବେ ଏହି ଅଞ୍ଚଳ ଶସ୍ୟଶ୍ୟାମଳାରେ ପରିପୂର୍ଣ ହେବାକୁ ଯାଉଥିବାରୁ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ଲାଗିଛି।

Comments are closed.