ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ବର – ଭୁବନେଶ୍ୱର ଓ କଟକରେ ମାତିଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍। ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗତ ୩ ମାସ ଧରି ଦୁଇ ସହରର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିଲେ। ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର ବୋଲି ଜଣାପଡିଛି। ସେମାନେ ଅଭିନବ ଢଙ୍ଗରେ ଘରକୁ ଘର ବୁଲି ଚୋରି କରୁଥିଲେ।

‌ସେମାନେ ପ୍ରଥମେ ରେକି କରିବେ, ତା ପରେ ମୁକ ବଧିର ସାର୍ଟିଫିକେଟ ନେଇ ସକାଳୁ ସକାଳୁ ଘର ଭିତରେ ପଶି ଚୋରି କରିବେ। ସକାଳୁ ଘରେ କେହି ନଥିବା ବେଳେ ଏମାନେ ଚୋରି କରନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ଓ କଟକରେ ୧୨ଟି ସ୍ଥାନରେ ଏହି ଚୋର ଗ୍ୟାଙ୍ଗ ସକ୍ରିୟ ଥିଲେ । ଏହି ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବୟସ ୩୫ ରୁ ୫୦ବର୍ଷ। ସେମାନଙ୍କ ନିକଟରୁ ୪ଟି ଲାପଟପ, ୭ଟି ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ ହୋଇଛି। ସକାଳୁ ଫୁଲ ତୋଳିବାକୁ ଯାଉଥିବା ଲୋକଙ୍କୁ ମଧ୍ୟ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲେ।

Comments are closed.