ବିଧାନସଭା ବଜେଟ ଅଧିବେଶନ ଆଗୁଆ ଶେଷ

ଭୁବନେଶ୍ବର – ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଛି। ଆଉ ୪ଟି କାର୍ଯ୍ୟଦିବସ ବାକି ଥିବା ବେଳେ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ବଜେଟ ଅଧିବେଶନର ଦୁଇଟି ପର୍ଯ୍ୟାୟରେ ମୋଟ ୨୩ଟି କାର୍ଯ୍ୟ ଦିବସ ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଥିଲା । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିଥିଲା ବଜେଟ ଅଧିବେଶନ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ, ୫-ଟି ରୂପାନ୍ତରଣ ପ୍ରସଙ୍ଗ, ମହାନଦୀ ଜଳବିବାଦ ଭଳି ପ୍ରସଙ୍ଗରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୀବ୍ର ବାଦାନୁବାଦ ହୋଇଥିଲା ।

Comments are closed.