ଆମ ଐତିହ୍ୟ ଓ ବିଶ୍ୱାସର ପ୍ରତୀକ ଏକାମ୍ର କ୍ଷେତ୍ରର ଖରାଖିଆ ବୈଦନାଥ ମନ୍ଦିର

ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କର ବା ଭୋଳନାଥ ଶିବ ହେଉଛନ୍ତି ଅନ୍ୟତମ। ତାଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଭଗବାନ ଶଙ୍କରଙ୍କର ଅନେକ ବିଚିତ୍ର ଏବଂ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଶଙ୍କର ବିଭିନ୍ନ ରୂପେ ବିଦ୍ୟମାନ।

ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାନ୍ତି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୋଳାବାବା ଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ସେସବୁ ମଧ୍ୟରୁ ବାବା ଲିଙ୍ଗରାଜ ସର୍ବତ୍ର ଜଣାଶୁଣା।

ଓଡ଼ିଶାର ସମସ୍ତ ପ୍ରାଚୀନ ଶୈବ ପୀଠ ମଧ୍ୟରୁ ଲିଙ୍ଗରାଜ ହେଉଛନ୍ତି ପ୍ରମୁଖ। ଯାହାଙ୍କ ମନ୍ଦିର ପୁରୁଣା ଭୁବନେଶ୍ୱରରେ ରହିଛି। ଏଠାରେ ଶିବ ଙ୍କର ଅନେକ ଲିଙ୍ଗ ସ୍ଥାନିତ ହୋଇଛି । ତେଣୁ ଏହା ଏକାମ୍ର କ୍ଷେତ୍ର ରୂପେ ମଧ୍ୟ ସର୍ବତ୍ର ପରିଚିତ।

ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ହେଉଛି ଖରାଖିଆ ବୈଦନାଥ ମନ୍ଦିର ସମ୍ପର୍କରେ.. ପ୍ରଭୁଙ୍କର ପ୍ରକୃତ ନାମ ଭୁବେନଶ୍ୱର। ଆପଣ ମାନେ ଜାଣିଛନ୍ତି ଏକାମ୍ରକ୍ଷେତ୍ର ରେ ଶିବ ମନ୍ଦିର ରହିଛି। ସବୁ ମନ୍ଦିରର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଏହା ପଛରେ ପୁରାଣ ତଥା ଲୋକ ମାନ୍ୟତା ସମସ୍ତଙ୍କୁ ପାର୍ଥକ୍ୟ କରି ରଖିଛି। ଧର୍ମ ଶାସ୍ତ୍ର ଅନୁଯାୟୀ ସତ୍ୟଯୁଗରେ ପ୍ରଭୁ କୈଳାସ ପତି, ତ୍ରୈତୟାରେ ରାମଚନ୍ଦ୍ର ଶିବ ଲିଙ୍ଗ ପ୍ରତିଷ୍ଠା କରିବାରୁ ରାମେଶ୍ୱରମ ନାମରେ ବିରାଜିତ ହେଲେ । ସେହିପରି ଦ୍ୱାପରରେ ସୋମନାଥ ରୂପେ ପୂଜା ପାଇଲେ। ଆଉ ଏବେ ର କଳିଯୁଗ ସେହି ତିନି ଯୁଗର ସମାହାର । ଏହି ଯୁଗରେ ସମସ୍ତ ଦେବଦେବୀ ପାଷାଣ ରୂପରେ ପୂଜା ପାଉଛନ୍ତି।

କଳିଯୁଗରେ ଶିବଙ୍କ ନାମ ହେଉଛି ଭୁବନେଶ୍ୱର। ତ୍ରିଭୁବନ ର ରାଜା ଏକାମ୍ରକ୍ଷେତ୍ରରେ ବିରାଜମାନ ହୋଇଥିବାରୁ ପ୍ରଭୁଙ୍କ ନାମ ଅନୁଯାୟୀ ସହରର ନାମ ଭୁବନେଶ୍ୱର ରଖାଯାଇଛି। ଶୁଣିବାକୁ ମିଳେ ଯେ ଏହି ଖରାଖିଆ ଠାକୁର ହେଉଛନ୍ତି ସ୍ୱୟଂ ବୈଦନାଥ। ଏହା ଯୋଗପୀଠ ହେଲେ ଲିଙ୍ଗରାଜ ମନ୍ଦିର ହେଉଛି ଦେବପୀଠ । ଖରାଖିଆ ବୈଦନାଥ ସମସ୍ତଙ୍କୁ ସୁସ୍ଥ ରହିବାର ଆଶିର୍ବାଦ ଦେଇଥାନ୍ତି। ବିଶ୍ୱାସ ରହିଛି ଦେହ ଖରାପ ହେଲେ ଏଠାକୁ ଆସି ମାନସିକ କଲେ ବ୍ୟକ୍ତି ଜଣକ ସୁସ୍ଥ ହୋଇଯାଏ।

Comments are closed.