ଆସନ୍ତାମାସ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାର ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜିଲ୍ଲାକୁ ଆସିବେ।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଫେବ୍ରୁଆରୀ ମାସରେ ଓଡ଼ିଶା ଆସିଥିଲେ। ସେ ଫେବ୍ରୁଆରୀ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଫେବ୍ରୁଆରୀ ୧୧ ତାରିଖରେ କଟକର ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି।

Comments are closed.