ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳ ଉଠା ନୀତି ସଂପନ୍ନ

ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ନୀତି ଆଜି ସନ୍ଧ୍ୟାରେ ଶେଷ ହୋଇଯାଇଛି। ଏଥିରେ ଏବର୍ଷର କନ୍ୟା ପିତାମାତାଙ୍କ ନାମ ଘୋଷଣା ହୋଇଥିବା ବେଳେ ବରପିତାଙ୍କ ହାତରୁ ସେମାନେ ବିବାହ ପାଇଁ ଥାଳ ଗ୍ରହଣ କରିଛନ୍ତି।
ଏହି ଅବସରରେ ଆଜି ସହରର ନନ୍ଦପଡାର ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବା ସମେତ ବଡବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ବର ବାବା, ବୁଢାରଜାର ପାହାଡେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା ଏବଂ ଦୁର୍ଗ।ପାଲିର ଗୁଡେଶ୍ବର ବାବା ଆଦି ସମସ୍ତ ଶିବାଳୟରେ ସ୍ବତନ୍ତ୍ର ପୂଜା ସଂପନ୍ନ ହୋଇଥିଲା।

ଏହାପରେ ଅପରାହ୍ନରେ ଥାଳ ଉଠା ବିଧି ଆରମ୍ଭ ହୋଇଥିଲା। ମନ୍ଦିର ପରିସରକୁ ଏବର୍ଷର କନ୍ୟା ପିତାମାତା ମାନେ ଆସିବା ପରେ ବରପିତାଙ୍କ ହାତରୁ ବିବାହ ପାଇଁ ଥାଳ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାରର ମିଷ୍ଟାନ୍ନ ସହିତ ଗୁଆ ନଡିଆ ଥିବା ଥାଳକୁ କନ୍ୟା ପିତାମାତା ମାନେ ଗ୍ରହଣ କରି ବିବାହ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଆସନ୍ତା ଜୈଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ସଂପନ୍ନ କରିବାକୁ ସ୍ଥିର ହୋଇଛି।

Comments are closed.