ବରପାଲି ଶୀତଳ ଷଷ୍ଠୀର ଥାଳଉଠା ସମ୍ପନ୍ନ

ବରପାଲି : ଚଳିତ ବର୍ଷ ବରପାଲି ଶୀତଳଷଷ୍ଠୀ ଯାତ୍ରା ତଥା ଶିବ ପାର୍ବତୀ ବିବାହ ମହୋତ୍ସବ ୧୪୬ ବର୍ଷରେ ପଦାର୍ପଣ କରିଛି । ରବିବାର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁ କପିଳେଶ୍ଵର ବାବାଙ୍କ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ ସହ ଥାଳ ଉଠା ସଂପନ୍ନ ହୋଇଯାଇଛି । ଏ ଅବସରରେ ପଣ୍ଡିତ ହେମନ୍ତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଅପରାହ୍ନରେ ପରମ୍ପରା ଭିତ୍ତିକ ଭାବରେ ଯାତ୍ରାକମିଟି ବରପକ୍ଷ ଓ ତହସିଲ ଛକ ଜୟ ଜଗଦମ୍ବା କ୍ଳବ କନ୍ୟାପକ୍ଷ ଶୈବ ଭକ୍ତମଣ୍ଡଳି ବରପାଲି ନୃପରାଜ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ରାଜବାଟୀ ମିଶ୍ରପଡା ପଡ଼ା ହୋଇ ବାବା କପିଳେଶ୍ଵର ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ I ପରେ ଦେବଦେବ କପିଳେଶ୍ଵର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ପାର୍ବତୀ ମାତାଙ୍କ ପିତା ଘର ପକ୍ଷରୁ ଆସିଥିବା ଜୟ ଜଗଦମ୍ବା କ୍ଳବଙ୍କ ମଧ୍ୟରେ ପ୍ରଥା ଅନୁଯାୟୀ ବାବା ଓ ମାତାଙ୍କ ପୂଜାର୍ଜନା ହୋଇ ସମସ୍ତ ପାଳନିୟ ନିତିକାନ୍ତି ମାନ କରାଯାଇଥିଲା । ପରେ ଦୁଇ କୂଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିରରେ କରାଯାଇଥିଲା । ଷଷ୍ଠୀ କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ରୂପେ ଦାୟିତ୍ଵ ବହନ କରିଥିଲେ । ମନ୍ଦିର ପୂଜକମାନଙ୍କ ଦ୍ଵାରା ଦେବନୀତି ପୂଜାର୍ଜନା କାର୍ଯ୍ୟ ଷଷ୍ଠୀ ବ୍ରତ ଧାରଣ କରିଥିଲେ । କନ୍ୟାପକ୍ଷରୁ ସମାପନ ପରେ ପଣ୍ଡିତଙ୍କ ଦ୍ବାରା ସଂକଳ୍ପଧାରୀ ଓ କନ୍ୟାପକ୍ଷରୁ କନ୍ୟା ପିତାମାତା ରାଜଗୋପଲ ଦାଶ ଓ ମିନତୀ ପତିଙ୍କ ସହ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ ପ୍ରମୁଖ ସଦସ୍ୟ ଓ କନ୍ୟାପକ୍ଷର ଭକ୍ତମାନେ ସମବେତ ହୋଇ ଆଶିର୍ବାଦ ଭିକ୍ଷା ପ୍ରାର୍ଥନା କରିଥିଲେ ।

Comments are closed.