ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀକ ଶ୍ରମିକ ଦିବସ, ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ସମ୍ବଲପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ରେ ୨୩ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ନିମନ୍ତେ ୧୧ ଲକ୍ଷ ୫୦ ହଜାର ଟଙ୍କା, ମାତୃତ୍ବ ସହାୟତା ପାଇଁ ଜଣକୁ ୪୦ ହଜାର, ଶିକ୍ଷା ସହାୟତା ନିମନ୍ତେ ଜଣକୁ ୪୦ ହଜାର, ୭ ଜଣକୁ ୧୨ ଲକ୍ଷ ଟଙ୍କାର ମୃତ୍ଯୁକାଳୀନ ସହାୟତା, ୬(ଛଅ ) ଜଣକୁ ଅନ୍ତେଷ୍ଟିକ୍ରିୟା ପାଇଁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧୫୬ ଜଣକୁ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ୩୫ ଜଣକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରୁ ବହୁ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶୁଭଙ୍କର ମିଶ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ, ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.