ଯାନବାହାନ ଚଳାଚଳ ସମସ୍ୟା ଦୂର ଉପରେ ଦୃଷ୍ଟି ଆକର୍ଷଣ, ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିର ୧୪୬ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ପୋଲିସ ପ୍ରଶାସନ ତରଫରୁ ଆଜି ପୋଲିସ ଷ୍ଟେସନ ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ବରପାଲି ତହସିଲଦାର ଋକ୍ମଣ ମେହେର, ଆଇଆଇସି ସବିତାଲତା ସେଠୀ, ବରପାଲି ଦମକଳ କେନ୍ଦ୍ର ଅଧିକାରୀ ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଯାତ୍ରାର ସୁପରିଚାଳନା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ସନ୍ଧ୍ୟା ସମୟରେ ହେଭି ଭେହିକିଲକୁ ବନ୍ଦ କରାଯିବା, ସହରରେ ବେଆଇନ ମଦ ବନ୍ଦ ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ, ପ୍ରମୁଖ ଛକରେ ସିସି ଟିଭି ଲଗାଇବା, ଭିଡକୁ ନିୟନ୍ତ୍ରଣ କରିବା, ଭାରିଯାନ ବାହାନ ଚଳାଚଳ ଉପରେ ରୋକ ଲଗାଇବା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଏନଏସି ଅଧ୍ୟକ୍ଷ ଦିନେଶ ଗହୀର, ଲାଲ ବିକ୍ରମ ସିଂ ଦେଓ, ଶୀତଳ ଷଷ୍ଠୀ ଯାତ୍ରା କମିଟିର ସମ୍ପାଦକ ଜୟନ୍ତ ତ୍ରିପାଠୀ, ପିନାକୀ ଦାଶ,ପ୍ରଶାନ୍ତ କୁମାର ସାହୁ ,ଚନ୍ଦନ କୁମାର ସାହୁ, ସୁବ୍ରତ ଚିନ୍ଦ୍ରା, ଦେବେନ୍ଦ୍ର ସାହୁ, ସୁବ୍ରତ ସାହୁ, ଲିପନ ଦାଶ ତଥା ହିମାଦ୍ରି ନଗର ଯାତ୍ରା କମିଟିର ସଭାପତି ଚିତ୍ତରଞ୍ଜନ ସାହୁ, ଚିତ୍ତ ରଞ୍ଜନ ମିଶ୍ର, ପଦ୍ମଲୋଚନ ପଣ୍ଡା, ଶରତ ପାଣିଗ୍ରାହୀ , ଟିକାୟତ ମହତ୍ତମ, ଭରତ ଗହୀର, ପଦ୍ମଲୋଚନ ସାହୁ, ବାଲକିଶୋର ଖାଡଙ୍ଗା, ହର୍ଷ ବେହେରା, ବଣିକ ସଂଘ ସଭାପତି ଅଶୋକ କୁମାର ପଣ୍ଡା, ସମ୍ପାଦକ ଅଶୋକ କୁମାର ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Comments are closed.