ଦୋହା ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ଜିତିଲେ ଜାଭେଲିନ ତାରକା ନୀରଜ ଚୋପ୍ରା

ଦୋହା – ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଦୋହା ଡାଇମଣ୍ଡ ଆଥଲେଟିକ୍ସ ଲିଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଟୋକିଓ ଅଲିମ୍ପିକ୍ସ ଜାଭେଲିନ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା । ସେ ୮୮ ଦଶମିକ ୬୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ, ଯାହା କି ସ୍ୱର୍ଣ୍ଣ ପଦକ ପାଇଁ ଯଥେଷ୍ଟ ଥିଲା । ପ୍ରଥମ ଉଦ୍ୟମରେ ହିଁ ସେ ଏତିକି ଦୂରତା ଯାଏଁ ଜାଭେଲିନ ଫିଙ୍ଗିଥିଲେ। ଏହା ମଧ୍ୟ ଚଳିତ ବର୍ଷର ଶ୍ରେଷ୍ଠ ଥ୍ରୋ । ବିଶ୍ୱ ଚାମ୍ପିଅନ ଆଣ୍ଡରସନ ପିଟର୍ସ, ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ଜାକୁବ ଭାଲଡେସ ଭଳି ଅନ୍ୟ ତାରକାଙ୍କୁ ପଛରେ ପକାଇ ଦୋହା ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା।

Comments are closed.