କଥା ଦେଇଥିଲେ, କବିରାଜଙ୍କ କଷ୍ଟ ଲାଘବ କଲେ ୫ଟି ସଚିବ

ଛତ୍ରପୁର: ଗତ ରବିବାରର ଘଟଣା। ଶେରଗଡ଼ ବ୍ଲକ୍ ଗସ୍ତରେ ଥିବା ୫ଟି ସଚିବ ଭି.କେ.ପାଣ୍ଡିଆନ ଠୁରୁବୁରାଇ ହନୁମାନ ମନ୍ଦିର ଛକରେ ଉକ୍ତ ପଞ୍ଚାୟତର ବହୁ ସାଧାରଣ ଲୋକଙ୍କୁ ଭେଟୁଥିଲେ। ସେମାନଙ୍କ ସମସ୍ୟା ଶୁଣୁଥିଲେ, ସମାଧାନର ଆଶ୍ଵାସନା ଦେଉଥିଲେ। ସେହି ସମୟରେ ଗୋଠଗାଁର ଜଣେ ଭିନ୍ନକ୍ଷମ ବ୍ୟକ୍ତି କବିରାଜ ବିଶ୍ବାଳ ମଧ୍ୟ ୫ଟି ସଚିବଙ୍କୁ ଭେଟିଥିଲେ। ଭିନ୍ନକ୍ଷମ ଥିବାରୁ ଗୋଟିଏ ତିନିଚକିଆ ସାଇକେଲ ଯୋଗାଇ ଦେବା ପାଇଁ ଦରଖାସ୍ତ ପତ୍ରଟିଏ ସଚିବ ପାଣ୍ଡିଆନଙ୍କୁ ଦେଇଥିଲେ। ସେଠାରେ ୫ଟି ସଚିବ ଯଥା ଶୀଘ୍ର ଟ୍ରାଇ ସାଇକେଲଟିଏ ଦିଆଯିବ ବୋଲି କବିରାଜଙ୍କୁ ଆଶ୍ଵାସନା ଦେଇଥିଲେ।

ଶୁକ୍ରବାର ରାତି ୯ଟା ବେଳେ ସରକାର ପକ୍ଷରୁ ଗୋଟିଏ ମୋଟରଚାଳିତ ତିନିଚକିଆ ସାଇକେଲ କବିରାଜଙ୍କୁ ହସ୍ତାନ୍ତର କରାଯାଇଛି। ମୋଟରଚାଳିତ ସାଇକେଲଟିକୁ ବିଡିଓ ଶିବାଶିଷ ବରାଳ, ଗୋଠଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ପ୍ରମୁଖ କବିରାଜଙ୍କୁ ପ୍ରଦାନ କରିଛନ୍ତି। କବିରାଜଙ୍କ ପରିବାର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସହାୟତା ସକାଶେ ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Comments are closed.