ଗୀତା ଉପଦେଶ: ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ

ଗୀତା ଉପଦେଶ: ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ ।

ଭଗବାନ ଅର୍ଜୁନଙ୍କୁ ପ୍ରଣବର ସ୍ୱରୂପ ସମ୍ବନ୍ଧରେ କହୁଛନ୍ତି:

ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍।
ଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍।

ଅର୍ଥାତ୍ : ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ । ସୁତରାଂ, ଏହା ଭଗବାନଙ୍କ ପରି ଅବିନଶ୍ୱର ଅଟେ । ଶ୍ରୀକୃଷ୍ଣ ଏଠାରେ ଅଷ୍ଟାଙ୍ଗ ଯୋଗ ସାଧନା ଅନ୍ତର୍ଗତ ଧ୍ୟାନ ବିଧିର ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, କଠୋର ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ଓଁ ଶବ୍ଦର ଉଚ୍ଚାରଣ କରିବା ଉଚିତ । ବୈଦିକ ଶାସ୍ତ୍ରମାନଙ୍କରେ ଓଁ ଶବ୍ଦକୁ ‘ଅନାହତ ନାଦ’ କୁହାଯାଇ ଥାଏ । ଏହା ସମଗ୍ର ସୃଷ୍ଟିରେ ବ୍ୟାପ୍ତ ଏବଂ ସାଧନ ସମ୍ପନ୍ନ ଯୋଗୀ ମାନେ ଏହାକୁ ଶୁଣି ପାରନ୍ତି।

Comments are closed.