ପ୍ରମୋଦ ତ୍ରିପାଠୀ ସ୍ମୃତି ସମ୍ମାନ ଘୋଷିତ

ସମ୍ବଲପୁର: ଚଳିତ ବର୍ଷ ନାଟ୍ୟକାର ପ୍ରମୋଦ ତ୍ରିପାଠୀ ସ୍ମୃତି ସମ୍ମାନ ପାଇବେ ବିଶିଷ୍ଟ ଅଭିନେତା ସଞୀବକୁମାର ମାଝୀ ଏବଂ ବିଶିଷ୍ଟ ଅଭିନେତ୍ରୀ ଅଞଳୀ ମେହେର(ମହତ୍ତମ)।ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ପ୍ରମୋଦ ତ୍ରିପାଠୀ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଉପରୋକ୍ତ ନାଟ୍ୟଶିଳ୍ପୀଙ୍କୁ ପ୍ରଦାନ କରାଯିବ।ଅଭିନେତା ସଞୀବ ମାଝୀ ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦର ଜଣେ ପ୍ରମୁଖ କଳାକାର ଭାବରେ ମୁଁ ସନାତନ ସନାତନ ସନାତନ,ଉଡଲା ପତନ୍ ବୁଡଲା ଡଙ୍ଗା,ଭୁଥିଆର୍ ହଥିଆର୍,ଦଦରା ଦର୍ପନ୍, କରମସାନୀ, ବରୁଆ, କାଲ୍, ବେଗମ୍, ବାଂଛାର୍ ବାଏର୍ ଆଦି ମହତ୍ତ୍ଵପୂର୍ଣ ନାଟକଗୁଡିକରେ ଅଭିନୟ କରି ବହୁବାର ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଏବେ ମଧ୍ୟ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି।ସେଭଳି ଅଭିନେତ୍ରୀ ଅଞଳୀ ମେହେର ମଧ୍ୟ ଉଡଲା ପତର୍ ବୁଡଲା ଡଙ୍ଗା,ଭୁଥିଆର୍ ହଥିଆର୍,ଦଦରା ଦର୍ପନ୍ ଆଦି ନାଟକରେ ଅଭିନୟ କରି ବହୁବାର ପୁରସ୍କୃତ ହୋଇଛନ୍ତି।ଦଦରା ଦର୍ପନ୍ ରେ ଅଭିନୟ କରି ସେ ଏହ୍ଲାବାଦରେ ଜାତୀୟ ସ୍ତରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତା ହୋଇଛନ୍ତି।

Comments are closed.