ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର: ଆଜି ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଜିଲ୍ଲା ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମଙ୍କ ଭାଇ ସ୍ବର୍ଗତ ମୁନୁ ଓରାମଙ୍କ ସ୍ମୃତିରେ ତାଙ୍କର ସରଧାପାଲି ବାସଭବନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଅନୁଜ ଜେନା, ପୂର୍ବତନ ଯୁବ ରାଜ୍ୟ ସମ୍ପାଦକ ମୋହିତ ନାୟକ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ଜିଲ୍ଲା ଆଇ.ଟି. ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଶ୍ରମିକ ନେତ୍ରୀ ସସ୍ମିତା ଦୀପ୍, ଲିଲିମା ମଲ୍ଲିକ, ବୃନ୍ଦା କଟା, ମୁନୀ ବେଗମ, ଉତ୍ତମ ବାଗ୍, ବୁଲୁ ନାୟକ, ଦେବାଶିଷ ଦାଶ, ସଞ୍ଜୟ ଓରାମ, ରୋହିତ ଓରାମ, ଡାକ୍ତର ଓରାମ, ନାଥ ଓରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିବିରରେ ସର୍ବମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବୁର୍ଲା ଭିମସାର ରକ୍ତ ଭଣ୍ଡାରର ଡାକ୍ତର ପ୍ରତୀକ କୁମାର ଦାସ, କାଉନସିଲର୍ ମଣ୍ଟୁ ପ୍ରଧାନ, ଟେକନିସିଆନ୍ ଦେବାଶିଷ ମିଶ୍ର, ପାଇନୁ ଭୋଇ, ପ୍ରହଲ୍ଲାଦ ଭୋଇ, ସଞ୍ଜିବ କୁମାର ବେରା ପ୍ରମୁଖ ସହଯୋଗ କରିଥିଲେ ।

Comments are closed.