ଲୋକଙ୍କ ଦାବିକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାକୁ ମୋ ବସ୍ ସେବା ସଂପ୍ରସାରିତ

ଭୁବନେଶ୍ବର-ଏଣିକି ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ମୋ ବସ୍ ସେବା । ମୋ ବସ୍ ସେବା ଯୋଗାଉଥିବା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ – ସିଆରୟୁଟିର ଅପରେସନକୁ ଆଉ ତିନିଟି ଜିଲ୍ଲାକୁ ସଂପ୍ରସାରିତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବଲପୁର -ଝାରସୁଗୁଡା- ବ୍ରଜରାଜନଗର -ବେଲପାହାଡ ଅର୍ବାନ କ୍ଲଷ୍ଟର ଏରିଆରେ ମୋ ବସ୍ ଚାଲିବ । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର -ଗୋପାଳପୁର- ହିଞ୍ଜିଳିକାଟୁ -ଦିଗପହଣ୍ଡି ଅର୍ବାନ କ୍ଲଷ୍ଟର ଏରିଆରେ ମୋ ବସ୍ ଚାଲିବ । ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଅନୁମୋଦନ କରିଛନ୍ତି।

Comments are closed.