ଫେକ୍ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର- ସାଇବର ଅପରାଧ ନିୟନ୍ତ୍ରଣ ଉଦ୍ୟମ ସ୍ୱରୂପ ଫେକ ସିମ୍‌ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସିମ୍ କାର୍ଡ ନେଇ ନୂଆ ଗାଇଡ ଲାଇନ ଜାରି ହୋଇଛି । କେବଳ ଆଧାର ସହ ଲିଙ୍କ୍ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ। ସ୍ଥାୟୀ ଦୋକାନ ଥିବା ଡିଲରମାନେ ହଁ ବିକ୍ରି କରିପାରିବେ ସିମ୍‌ କାର୍ଡ। ଫେକ୍‌ ସିମ୍‌ ସଂପର୍କିତ ଅଭିଯୋଗ ଗ୍ରହଣ ପାଇଁ ଟେଲିକମ ସର୍ଭିସ୍ ପ୍ରୋଭାଇଡରମାନେ ବ୍ୟବସ୍ଥା କରିବେ । ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍‌ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍‌ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍‌ ବ୍ଲାକ ଲିଷ୍ଟେଡ ହେବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ଫେକ୍‌ ସିମ୍‌କାର୍ଡ ଯୋଗୁ ସାଇବର ଅପରାଧ ବଢ଼ୁଛି। ଠକମାନେ ଫେକ୍‌ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ। ଯେଉଁଥିପାଇଁ ରାଜ୍ୟର ସାଇବର ଅପରାଧ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଓଡ଼ିଶାର ସିମ୍ କାର୍ଡ ପାକିସ୍ତାନରେ ଅପରେଟ୍‌ ହେଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ କରିଥିଲା।

Comments are closed.