ବିକ୍ରମ ଆରୁଖ, ସୁଦାମ ମାରଣ୍ଡି ଓ ଶାରଦା ନାୟକ ହେବେ ନବୀନ ସରକାରରେ ନୂଆ ମନ୍ତ୍ରୀ, କାଲି ଶପଥ

ଭୁବନେଶ୍ବର- ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ । ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଦାମ ମାର୍‌ଣ୍ଡି ଓ ଶାରଦା ନାୟକଙ୍କ ପାଖକୁ ନବୀନ ନିବାସରୁ ଫୋନ୍ ଯାଇଛି ।ଏହି ୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ।

କାଲି ସକାଳ ୯ଟା ୫୦ ମିନିଟରେ ଲୋକସେବା ଭବନରେ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଫେରିଛନ୍ତି ରାଜ୍ୟପାଳ ।

Comments are closed.