ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ

କଟକ – ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଳ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଯଦି କୌଣସି ବିଷୟରେ କମ୍ ମାର୍କ ରହିଛି ବୋଲି ଭାବୁଥିବେ, ତାହା ହେଲେ ପୁଣି ନିଜ ପରୀକ୍ଷା ଖାତା ଯାଞ୍ଚ ପାଇଁ ଆବେଦନ କରିପାରିବେ । ଅନଲାଇନରେ ପୁନଃ ଯାଞ୍ଚ ଆବେଦନ କରିହେବ । ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଯାଞ୍ଚ ଓ ପରୀକ୍ଷା ଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ । ବୋର୍ଡ ୱେବସାଇଟରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି । ଆସନ୍ତା ଜୁନ୍ ୬ ତାରିଖ ଯାଏ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ଫି’ ଓ ଆବେଦନପତ୍ର ଦାଖଲ କରିବାର କିଛି ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍ ପ୍ରଦାନ କରିବେ । ଖାତାର ଅବିକଳ ନକଲ ଆବେଦନକାରୀମାନେ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ । ସଂସ୍କୃତ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ବୋର୍ଡରେ ଅଫଲାଇନ ଆବେଦନ କରିବେ ।

Comments are closed.