ପରଜଙ୍ଗ ତହସିଲଦାର ଓ ରାଜସ୍ବ ନୀରିକ୍ଷକଙ୍କୁ ଆକ୍ରମଣ

ଢେଙ୍କାନାଳ – ଢେଙ୍କାନାଳ ପରଜଙ୍ଗ ତହସିଲଦାର ଓ ରାଜସ୍ବ ନୀରିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୋରମ ମାଫିଆମାନେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପଥରଖମ୍ବ ଗାଁ ନିକଟରେ ସରକାରୀ ଜମିରୁ ମୋରମ ଖୋଳା ହେଉଥିଲା ବେଳେ ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର ଓ ରାଜସ୍ବ ନୀରିକ୍ଷକ । ସେମାନଙ୍କୁ ୭ରୁ ୮ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ।ଗୁରୁତର ତହସିଲଦାର ଓ ରାଜସ୍ବ ନୀରିକ୍ଷକ ଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.