ଜାତୀୟ ସବ୍ ଜୁନିଅର ପୁରୁଷ ହକି ଫାଇନାଲରେ ଆଜି ଓଡ଼ିଶା-ଉତ୍ତର ପ୍ରଦେଶ ମୁକାବିଲା

ରାଉରକେଲା – ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ସବ୍ ଜୁନିଅର ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ଆଜି ଓଡିଶା , ଉତ୍ତର ପ୍ରଦେଶକୁ ଭେଟିବ । ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା, ମଧ୍ୟପ୍ରଦେଶକୁ ୩-୧ ଗୋଲରେ ହରାଇଥିଲା । ଅନ୍ୟ ଏକ ସେମିଫାଇନାଲରେ ଉତ୍ତର ପ୍ରଦେଶ ହରିୟାଣା ବିପକ୍ଷରେ ବୃହତ ବିଜୟ ହାସଲ କରିଥିଲା । ହରିୟାଣାକୁ ୭-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଉତ୍ତର ପ୍ରଦେଶ। ଆଜିର ଫାଇନାଲ ରୋମାଞ୍ଚକର ହେବା ଆଶା କରାଯାଉଛି।

Comments are closed.