ଉଦଳାରେ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ, ୨ ଶିକାରୀ ଗିରଫ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଉଦଳାର ଫୁଲବାଡିଆ ଅଞ୍ଚଳରେ ପୋଲିସ ଓ ବନ ବିଭାଗ ମିଳିତ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କଠାରୁ ୩ଟି ବନ୍ଧୁକ ଜବତ ହୋଇଛି । ଗିରଫ ଦୁଇ ଶିକାରୀ ହେଲେ ଶିବ ସିଂ ଏବଂ ବାସୁଦେବ ସିଂ । ଶିକାରୀମାନେ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିଲେ । ପୋଲିସ ସେମାନଙ୍କ ନିକଟରୁ ୩ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିବା ସହିତ ଫାଶ, ଧନୁ, ଧନୁତୀର ଆଦି ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ ମଧ୍ୟ ରହିଛି ।

ଦୁଇ ଦିନ ପୂର୍ବେ ବନ ବିଭାଗ ଓ ପୋଲିସ ମିଳିତ ଭାବେ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ ବନ୍ଧୁକ, ବଜ୍ରକାପ୍ତା କାତି ସହିତ ଜଙ୍ଗଲୀ ମାଂସ ଜବତ ହୋଇଥିଲା । ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ପରେ ବନ ବିଭାଗ ଓ ପୋଲିସର ନିଦ ଭାଙ୍ଗିଛି ।

Comments are closed.