ଗୁଟଖା ବିଜ୍ଞାପନ ନକରିବାକୁ ବଲିଉଡ କଳାକାରମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆହ୍ୱାନ

ଭୁବନେଶ୍ବର- ବିଶ୍ୱ ତମାଖୁ ବର୍ଜନ ଦିବସରେ ବଲିଉଡ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆହ୍ୱାନ । କାହିଁକି ଅମିତାଭ ବଚ୍ଚନ, ଅଜୟ ଦେବଗନ, ଶାହରୁଖ ଖାନ, ଅକ୍ଷୟ କୁମାର ଗୁଟଖା ବିଜ୍ଞାପନ କରୁଛନ୍ତି? ଆପଣ ନିଜେ ଏହି ଗୁଟଖା ଖାଉଛନ୍ତି କି? କଣ ଆପଣମାନଙ୍କ ପାଖରେ ଟଙ୍କା ନାହିଁ ଯେ ଟଙ୍କା ପାଇଁ ଏପରି ବିଜ୍ଞାପନ କରୁଛନ୍ତି? ଆପଣମାନଙ୍କୁ ନିଜ ଆଦର୍ଶ ମାନି କିଛି ଲୋକ ବି ସେହି ଗୁଟଖା ଖାଉଛନ୍ତି । ତା ଅର୍ଥ ତମାଖୁର ଖରାପ ପ୍ରଭାବ ବିଷୟରେ ଆପଣ ଅବଗତ ନୁହନ୍ତି? ନିଜ ଆଡୁ ଏପରି ଵିଜ୍ଞାପନ କରିବାରୁ ଓହରନ୍ତୁ । ଏ ସବୁ ସେବନ କଲେ ପୁରୁଷ ନଫୁସକ ହୋଇଯିବେ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି।

Comments are closed.