ଲାଞ୍ଚ ନେବାବେଳେ ଧରାପଡିଲେ ମାପ ଓ ଓଜନ କର୍ମଚାରୀ

ବାଲେଶ୍ଵର – ଲାଞ୍ଚ ନେବାବେଳେ ଧରାପଡିଲେ ଆସିଷ୍ଟାଣ୍ଟ କଣ୍ଟ୍ରୋଲର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ବାଲେଶ୍ୱର ମାପ ଓ ଓଜନ ବିଭାଗ ଆସିଷ୍ଟାଣ୍ଟ କଣ୍ଟ୍ରୋଲର ସାଗରିକା ସାବତ ପେଟ୍ରୋଲ ପମ୍ପ ମେସିନ ଭେରିଫିକେସନ ରିପୋର୍ଟ ପାଇଁ ଲାଞ୍ଚ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଫେରାଦ ହୋଇଥିଲେ । ଫଳରେ ଯୋଜନା ମୁତାବକ ଲାଞ୍ଚୁଆ ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ।

Comments are closed.