ଗ୍ରୀଷ୍ମ ପ୍ରକୋପ ଜାରି : ରାଜ୍ୟର ୨୦ ସହରରେ ତାପମାତ୍ରା ୪୦ ଉପରେ, ସମ୍ବଲପୁର ଉତ୍ତପ୍ତ ସ୍ଥାନ

ଭୁବନେଶ୍ୱର- ସାରାରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ। ଆଜି ରାଜ୍ୟର ୨୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ପଶ୍ଚିମ ଓଡ଼ିଶାରେ ତ ସ୍ଥିତି ଅସମ୍ଭାଳ। ଆଜି ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଆଜି ତାପମାତ୍ରା ଥିଲା ୪୪ ଦଶମିକ ୪ ଡିଗ୍ରୀ ସେଲସିୟସ। ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩ ଦଶମିକ ୮ ଓ ହୀରାକୁଦରେ ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀରରେ ୪୩.୩, ରାଉରକେଲାରେ ୪୩.୨ ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୪୧ .୬ ଡିଗ୍ରୀ ସେଲସିୟସ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରବଳ ଗରମ ହେଉଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଦାଉ ସାଧୁଛି।

Comments are closed.