କଳିଙ୍ଗା ଘାଟିରେ ଓଲଟିଲା ଆମ୍ବ ବୋଝେଇ ଟ୍ରକ୍: ୩ ଗୁରୁତର 

ଭଞ୍ଜନଗର: ଫୁଲବାଣୀରୁ ଭଞ୍ଜନଗର ଆସୁଥିବା ଆମ୍ବ ବୋଝେଇ ଟ୍ରକ୍ ଗଞ୍ଜାମ- କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଭାରସାମ୍ୟ ହରାଇ ଘାଟିର ଗୋଟିଏ ପାର୍ଶ୍ଵ ପାହାଡ଼କୁ ପିଟି ହୋଇ ଯାଇ ଓଲଟି ପଡ଼ିଛି। ଫଳରେ କଟକ ଜିଲ୍ଲା ବଡମ୍ବା ଥାନା ସୁନ୍ଦରିଆ ଗ୍ରାମର ବରୁଣ ସାହୁ, ଅଭୟ ସେନାପତି ଓ ଗୋକୁଳ ସ୍ବାଇଁ ଗୁରୁତର ହୋଇଛନ୍ତି। ଟ୍ରକ୍ ଓଲଟି ପଡ଼ିବାରୁ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତାରୁ ହଟାଇବା ସହ‌ ଯାନବାହାନ ଚଳାଚଳ ସ୍ବାଭାବିକ କରୁଛି । ଗୁରୁତର ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ସମସ୍ତଙ୍କ ଚିକିତ୍ସା ପରେ ସେମାନେ ବିପଦମୁକ୍ତ ଅଛନ୍ତି।

Comments are closed.