ହାଇୱା ସହ ଟେମ୍ପୋର ଧକ୍କା, ୩ ମୃତ, ୫ ଗୁରୁତର

ସମ୍ବଲପୁର – ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା । ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲି ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ନିକଟରେ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୩ ମୃତକ ଓ ଆହତ ୪ଜଣ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

ଶାସନ ଥାନା ଅନ୍ତର୍ଗତ ନୁଆଖୁରିଗାଁ ସାଲେଶ୍ବର ରାଇସ୍ ମିଲ୍‌ରେ କାମ କରୁଥିବା କେସିଙ୍ଗା ଭମରମାଲର ଗୋଟିଏ ଶ୍ରମିକ ପରିବାରର ୮ଜଣ ସଦସ୍ୟ ଏକ ଟେମ୍ପୋ ଭଡା କରି ନିଜ ଗାଁକୁ ଟ୍ରେନରେ ଯିବା ପାଇଁ କ୍ଷେତରାଜପୁର ରେଳଷ୍ଟେସନ ଯାଉଥିଲେ । ତେବେ ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ପାଖରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱାର ପଛପଟକୁ ଟେମ୍ପୋ ଧକ୍କା ଦେବା ଫଳରେ ଟେମ୍ପୋରେ ଥିବା ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮ମାସର ଏକ ଶିଶୁକନ୍ୟା ଥିବା ଜଣାପଡିଛି। ଟେମ୍ପୋ ଚାଳକ ସମେତ ଅନ୍ୟ ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଶାସନ ପୁଲିସ ଏବଂ ଟୋଲ୍ ପ୍ଲାଜା କର୍ମଚାରୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ।

Comments are closed.