ଶ୍ରୀମନ୍ଦିର ସ୍ନାନ ମଣ୍ଡପ ଚକଡାରେ ରକ୍ତଛିଟା, ଶ୍ରୀଜୀଉଙ୍କ ହେବ ମହାସ୍ନାନ

ପୁରୀ – ପବିତ୍ର ଦେବସ୍ନାନ ବେଳେ ବଡ଼ ଅଘଟଣ । ଶ୍ରୀମନ୍ଦିର ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏଥିପାଇଁ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କର ମହାସ୍ନାନ ହେବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା ମିଳିଛି ।

ମହାପ୍ରଭୁ ଯାତ୍ରାରେ ବାହାରିଥିବାରୁ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ । ଏହି ମହାସ୍ନାନ ପରେ ସର୍ବାଙ୍ଗ ହେବ ଏବଂ ତା’ପରେ ବେଶ ନୀତି କରାଯିବ । ଆଉ ତା’ପରେ ଛେରାପହଁରା ନୀତି କରାଯିବ । ଏଥିପାଇଁ ସ୍ନାନଯାତ୍ରା ନୀତି ବିଳମ୍ବରେ ଚାଲିଛି ।
ସେପଟେ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ରାଜସ୍ଥାନର ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ପୁରୀ ବଡ଼ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.