ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ

ଭୁବନେଶ୍ବର – ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ଆଜିଠୁ ଆରମ୍ଭ ହୋଇଛି । ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ସୁପାରିଶର ଅନୁମୋଦନ କରିଥିଲେ । ସିବିଆଇ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଛି ।

ବାହାନଗାରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି।

ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ରେଳବାଇ ସିପିଆର ଓ କହିଛନ୍ତି।

Comments are closed.