ସହକାରୀ ଯନ୍ତ୍ରୀଙ୍କ ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭଦ୍ରକ ସହର ଜଗନ୍ନାଥପୁରରେ ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ଦୁଇମହଲା କୋଠା, ବନ୍ତରେ ଗୋଟିଏ ମହଲା କୋଠା, ଭଦ୍ରକ ସଦର ଜଗନ୍ନାଥପୁର ମୌଜାରେ ପ୍ଲଟ୍, ଯାଜପୁର ଚନ୍ଦାମାରେ ପ୍ଲଟ୍ ରହିଛି। ତଲାସୀ ବେଳେ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଡିପୋଜିଟ ସହ ୨ଟି ଦୁଇ ଚକିଆ ଗାଡ଼ି, ୨୦୦ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ। ଚଢ଼ାଉ ଆହୁରି ଜାରି ରହିଛି।

Comments are closed.