ରାଜ୍ୟର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି, ଦିନ ସାଢେ ୧୧ ସୁଦ୍ଧା ଭୁବନେଶ୍ବର, ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ଓ ଗୁଳୁଗୁଳି ଜାରି ରହିଛି। ପ୍ରାକ୍ ମୌସୁମୀ ବର୍ଷାର ଦେଖାନଥିବା ବେଳେ ରାଜ୍ୟର ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଭୁବନେଶ୍ବର ଓ ଝାରସୁଗୁଡ଼ାର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ସେଲସିୟସ ଥିଲା ।

ଦିନ ସାଢେ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା ତଳେ ଦିଆଗଲା।

ଭୁବନେଶ୍ୱର: ୩୯.୮ ଡ଼ିଗ୍ରୀ
ଝାରସୁଗୁଡା: ୩୯.୮ ଡ଼ିଗ୍ରୀ
ହୀରାକୁଦ: ୩୯.୨ଡ଼ିଗ୍ରୀ
ସମ୍ବଲପୁର: ୩୯ ଡ଼ିଗ୍ରୀ
ଚାନ୍ଦବାଲି: ୩୮ ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ ଡ଼ିଗ୍ରୀ
ଗୋପାଳପୁର: ୩୫.୬ ଡ଼ିଗ୍ରୀ
ପୁରୀ: ୩୫.୨ ଡ଼ିଗ୍ରୀ
କେନ୍ଦୁଝର: ୩୪ ଡ଼ିଗ୍ରୀ
ପାରାଦୀପ: ୩୪ ଡ଼ିଗ୍ରୀ

Comments are closed.