ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

ବୌଦ୍ଧ: ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଆଜି ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ ,ଏକ ବୋଲେରୋ ଗାଡି ଆଜି ସକାଳୁ ବୌଦ୍ଧରୁ କୁମ୍ଭୀରା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଏହି ଦୁର୍ଘଟଣା ଘଟିଛି । ଫଳରେ ବୋଲେରୋ ଡ୍ରାଇଭର ଆଠମଲ୍ଲିକ ଥାନା ମହେନ୍ଦ୍ରପୁର ଗ୍ରାମର ଚନ୍ଦନ ବାରିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରଛି ।

Comments are closed.