ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର/ବରଗଡ଼: ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ଭବାନୀ ଆପାର୍ଟମେଣ୍ଟ ଫ୍ଲାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ହୀରାପୁର ଗ୍ରାମର ଧନୁର୍ଜୟ ପାଣ୍ଡେ । ସେ ଗତ ପାଞ୍ଚ ବର୍ଷରୁ ପ୍ରଦୀପଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କର ହତ୍ୟା କରାଯାଇଛି ନାଁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଫ୍ଲାଟକୁ ସିଲ କରିଛି । ଏନେଇ ମୃତକଙ୍କ ପରିବାରକୁ ସୂଚନା ମଧ୍ୟ ଦିଆଯାଇଥିବା ଜଣାପଡିଛି ।

Comments are closed.