ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସରେ ବୁଢାରଜା ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ସମ୍ବଲପୁର: ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନ ସ୍ଥିତ, ରାଜ୍ୟ କନଭେସନ ସେଣ୍ଟର ଠରେ ଆୟୋଜିତ ରାଜ୍ଯସ୍ତରୀୟ ସମାରୋହରେ, ବୁଢାରାଜା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ବଲପୁରକୁ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନ କରାଯାଇଅଛି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆୟୋଜିତ ଏହି ବାର୍ଷିକ ସମାରୋହରେ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ନିଜର କାର୍ଯ୍ୟ ଓ ଅବଦାନ ପାଇଁ ବିଦ୍ୟାଳୟକୁ ଏହି ପୁରସ୍କାରରେ କୋଡିଏ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ମାନପତ୍ର ମିଳିଛି।

ସମାରୋହର ମୁଖ୍ୟ ଅତିଥି ପ୍ରଦୀପ କୁମାର ଅମାତ, ମାନ୍ୟବର ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଠାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ପତ୍ରୀ ବିଦ୍ୟାଳୟ ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅଵସରରେ ପ୍ରଧାନ ଶିକ୍ଷାୟତ୍ରୀ କହିଛନ୍ତି, ପୁରସ୍କାରଟି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ମିଳିତ ପ୍ରୟାସ ପାଇଁ ସମ୍ଭବ ହୋଇପାରିଛି ଏବଂ ପରିବେଶର ସୁରକ୍ଷା ଦିଗରେ ଆହୁରି ଉତ୍ତମ କାର୍ଯ୍ୟ ପାଇଁ ଏହା ଆମକୁ ପ୍ରୋତ୍ସାହିତ କରିବ।

Comments are closed.