ଆଇଟିଆଇ ହୀରାକୁଦରେ କ୍ଯାମ୍ପସ୍ ଚୟନ ଏବଂ ଏମ୍ଓୟୁ ସ୍ବାକ୍ଷରିତ

ସମ୍ବଲପୁର: ସମ୍ବଲପୁରର ପ୍ରତିଷ୍ଠିତ ଅଟୋମୋବାଇଲ୍ ପ୍ରତିଷ୍ଠାନ ଜଲାନ ଅଟୋମୋବାଇଲ୍ସ ଏବଂ ଓଡିଶି ମୋଟର୍ସ୍ କ୍ଯାମ୍ପସ୍ ଚୟନ ମାଧ୍ଯମରେ ଆଇଟିଆଇ ହୀରାକୁଦର ଛାତ୍ରଛାତ୍ରୀଂକୁ ନିଯୁକ୍ତି ପ୍ରଦାନ କରିଛି।

ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି କ୍ଯାମ୍ପସ୍ ଚୟନ କାର୍ଯ୍ଯକ୍ରମରେ ଆଇଟିଆଇ ହୀରାକୁଦର ପୁରାତନ ଛାତ୍ରଂକ ସମେତ ଅଧ୍ଯୟନ କରୁଥିବା ଶେଷବର୍ଷ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଇଲେକ୍ଚ୍ରିସିଆନ୍, ଏମ୍ ଏମ୍ ଭି ଏବଂ ଡିଜେଲ୍ ମେକାନିକ ଟ୍ରେଡର ୪୨ ଜଣ ମଧ୍ଯରୁ ୧୭ ଜଣ କୃତକାର୍ଯ୍ଯ ହୋଇଥିଲେ। ଏଥିରୁ ଜଲାନ୍ ଅଟୋମୋବାଇଲ୍ସରେ ୯ ଜଣ ଏବଂ ଓଡିସି ମୋଟର୍ସରେ ୮ ଜଣ ନିଯୁକ୍ତି ପାଇଥିଲେ। ଏମଏମଭିର ଚନ୍ଦ୍ରଶେଖର ସାହୁ, ଦୁଷ୍ମନ୍ତ ମିର୍ଦ୍ଧା, ଲୋକେଶ ନାୟକ, ଦେବେନ୍ଦ୍ର ସାହୁ, ପ୍ରିତୀଶ କୁମାର ସାହୁ, ଇଲେକ୍ଟ୍ରିସିଆନର ରିଷି ଅଜିତ କୁମାର , ଗିରିଜା ନନ୍ଦନ ସାହୁ, ଅଜିତ ବର୍ମା, ଏବଂ ଡିଜେଲ୍ ମେକାନିକର ପୃଥ୍ବୀରାଜ ମୁଣ୍ଡା ଜଲାନ ଅଟୋମୋବାଲ୍ସରେ ନିଯୁକ୍ତି ପାଇଥିବା ବେଳେ ଏମଏମଭିର ବିକାଶ ମେହେର, ବିବେକ ସେଠ୍, ଗୌତମ କୁମାର ପ୍ରଧାନ, ପ୍ରକାଶ ମନ୍ଦୋଦରୀ, ଶୁଭମ୍ ମଲ୍ଲିକ, ବେଣୁଧର ଖାଡିଆ, ଡିଜେଲ୍ ମେକାନିକ ର ସୁଭିତ ପ୍ରଧାନ ଏବଂ ଶୁଭମ ଭୋଇ ମନୋନୀତ ହୋଇଥିଲେ।

ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ପରେ ସମସ୍ତଂକୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା, ଯୋଉଥିରେ ଆଇଟିଆଇ ହୀରାକୁଦ ଅଧ୍ଯକ୍ଷା ରୀତା ପରିଡା, ପ୍ରାକ୍ତନ ଅଧ୍ଯକ୍ଷ ତଥା ରାସନପୁର ଆଇଟିଆଇ ଅଧ୍ଯକ୍ଷ ସଚିଦାନନ୍ଦ ପାଢୀଂକ ସମେତ ଜଲାନ୍ ଅଟୋମୋବାଲ୍ସ ଏବଂ ଓଡିସି ମୋଟର୍ସର ଅଶୋକ କୁମାର ମେହେର, ଅସିତ କୁମାର ବାରିକ, ଭୂପାଳ ଶେଖର ଭୋଇ ଏବଂ ସସ୍ମିତା ମହାନ୍ତି ସାମିଲ୍ ଥିଲେ।
ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ଯାହାର ମୁଖ୍ଯ ଉଦ୍ଦେଶ୍ଯ ଦୁଇ ଅନୁଷ୍ଠାନ ମଧ୍ଯରେ ଆଗାମୀ ଦିନରେ ଉତ୍ତମ ସମ୍ପର୍କ ଏବଂ ସହଯୋଗରେ ସହାୟକ ବୃଦ୍ଧି । ଏଥିରେ ଆଇଟିଆଇ ହୀରାକୁଦ ତରଫରୁ ଅଧ୍ଯକ୍ଷା ରୀତା ପରିଡା, ଜଲାନ୍ ଅଟୋମୋବାଇଲ୍ସ ତରଫରୁ ଅଶୋକ କୁମାର ମେହେର ଏବଂ ଓଡିସି ମୋଟର୍ସ ତରଫରୁ ଅସିତ କୁମାର ବାରିକ ସ୍ବାକ୍ଷର କରିଥିଲେ।
ଆଇଟିଆଇର ଅଧ୍ୟକ୍ଷା କୁମାରୀ ପରିଡାଂକ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସଂସ୍ଥାପନ ଅଧିକାରୀ ସନାତନ କଟା, ସୂର୍ଯକାନ୍ତ ପଧାନ, ସ୍ବାଗତ ନନ୍ଦ, ଜନାର୍ଦନ ମହନ୍ତ ଇତ୍ଯାଦିଂକ ସମେତ ଟାଟାଷ୍ଟ୍ରାଇଭର କାର୍ଯ୍ଯକର୍ତ୍ତା ଅବିନାଶ ପଟ୍ଟନାୟକ, ରଂଜନ ଗିରି, ଅଜୟ ବାଦୀ, ଗୁର୍ଲାଂକ ସହଯୋଗରେ ଏ ସମସ୍ତ କାର୍ଯ୍ଯକ୍ରମକୁ ସୁଚାରୁରୂପେ ସମ୍ପାଦନ କରାଯାଇଥିଲା।

Comments are closed.