ପଶ୍ଚିମରେ ଅସହ୍ୟ ତାତି : ତିନି ସହରରେ ପାରଦ ୪୪ ପାର୍, ସମ୍ବଲପୁର ଓ ସୋନପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର- ଆଜି ବି ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି । ତିନିଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଟପିଛି ।

୪୪ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ଆଜି ସମ୍ୱଲପୁର ଓ ସୋନପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛନ୍ତି । ଝାରସୁଗୁଡ଼ାରେ ୪୪.୨, ହୀରାକୁଦରେ ୪୩.୯ ,ବାରିପଦାରେ ୪୩.୫ , ସୁନ୍ଦରଗଡ଼ରେ ୪୩.୫ , ବରଗଡ଼ରେ ୪୩.୫, ରାଉରକେଲାରେ ୪୩.୧, ତାଳଚେରରେ ୪୩.୦ , ବଲାଙ୍ଗିରରେ ୪୨.୫, ଅନୁଗୋଳରେ ୪୨.୧ , କଟକରେ ୪୧.୬ , ଭୁବନେଶ୍ୱରରେ ୪୧.୬, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.