ବିଷ୍ଣୁପଦ ସେଠୀଙ୍କୁ ବଦଳି, ଅରବିନ୍ଦ ଅଗ୍ରୱାଲ ଉଚ୍ଚଶିକ୍ଷା ବିଭାଗର ନୂଆ ସଚିବ

ଭୁବନେଶ୍ବର- ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବା ପରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ବଦଳି କରାଯାଇଛି । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ଅପସାରଣ କରାଯାଇ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଅରବିନ୍ଦ ଅଗ୍ରୱାଲଙ୍କୁ ନୂଆ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଓଏଚପିସି ଅଧ୍ୟକ୍ଷ ପଦରୁ ମଧ୍ୟ ବିଷ୍ଣୁପଦ ସେଠୀଙ୍କୁ ହଟାଯାଇ ବିଶାଲ ଦେବଙ୍କୁ ଏହାର ନୂଆ ଅଧ୍ୟକ୍ଷ କରାଯାଇଛି।

Comments are closed.