ମହିଳା ଜୁନିଅର ବିଶ୍ୱକପ ହକି ଫାଇନାଲରେ ଭାରତ, ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ

କାକାମିଗାହାରା – ମହିଳା ଜୁନିଅର ଏସିଆ କପ୍ ହକିର ଫାଇନାଲରେ ପ୍ରବେଶ କରିଛି ଭାରତ । ଏଥିସହ ଭାରତ ସାଣ୍ଟିଆଗୋରେ ଖେଳାଯିବାକୁ ଥିବା ଜୁନିଅର ମହିଳା ବିଶ୍ଵକପ୍ ହକି ପାଇଁ ଯୋଗ୍ୟତା ହାସଲ କରିଛି । ଆଜି ଖେଳାଯାଇଥିବା ସେମିଫାଇନାଲରେ ଭାରତ, ଜାପାନକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିବା ସହ ବିଶ୍ୱକପ ଯୋଗ୍ୟତା ହାସଲ କରିଥିଲା । ଭାରତ ପକ୍ଷରୁ ବିଜୟ ସୂଚକ ଗୋଲଟି ସୁନେଲିତା ଟପ୍ପୋ ସ୍କୋର କରିଥିଲେ। ଫାଇନାଲରେ ଭାରତ, ଦକ୍ଷିଣ କୋରିଆ ଓ ଚୀନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।

Comments are closed.