ତାତିରୁ ନାହିଁ ତ୍ରାହି : ପଶ୍ଚିମରେ ଅସମ୍ଭାଳ ସ୍ଥିତି, ସାଢେ ୧୧ ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳୁନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିର ଲୋକେ ଛଟପଟ । ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଏଠାରେ ଅନେକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି। ଆଜି ଦିନ ସାଢେ ୧୧ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ।

ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସ୍ଥାନରେ ତାପମାତ୍ରା

ସମ୍ବଲପୁର: ୪୨.୨°C
ଝାରସୁଗୁଡା: ୪୧.୬°C
ହୀରାକୁଦ: ୪୧°C
କେନ୍ଦୁଝର: ୩୮.୨°C
ଭୁବନେଶ୍ୱର: ୩୭.୨ °C
ଗୋପାଳପୁର: ୩୫.୬°C
ବାଲେଶ୍ୱର: ୩୪.୮°C
ପୁରୀ: ୩୪.୪°C
ଚାନ୍ଦବାଲି: ୩୩.୨°C
ପାରାଦୀପ: ୩୧.୮°C

Comments are closed.