ଅଘୋଷିତ ବିଦ୍ୟୁତ କାଟ ଅଭିଯୋଗ, ସୋମବାର ବୈଠକ ଡାକିଲେ ମୁଖ୍ୟ ସଚିବ

ଭୁବନେଶ୍ୱର – ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ନେଇ ଅଭିଯୋଗ ହେଉଥିବା ବେଳେ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା ସୋମବାର ଜରୁରୀ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କିପରି ସମାଧାନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯିବ ।

ସୂଚନାଯୋଗ୍ୟ ଯେ,ଗତ ଗୁରୁବାର ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପରେ ବିଦ୍ୟୁତ୍ କାଟ ହୋଇଥିଲା । ମରାମତି କାମ ମଧ୍ୟ ମନ୍ଥର ହୋଇଥିଲା ।ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଥିଲେ ।

Comments are closed.